Posts

ସେ ଗୁମ୍ ସୁମ୍ ହୋଇ କହେ ଅନେକ କଥା,ତା' ଆଖିରେ ଲେଖା ଅନେକ କାହାଣୀ..ଭାବନାର ସାଗରରେ ଲମ୍ଫ ଦିଏ ଯିଏ,ସେ ମୋ' ଅକୁହା ଅନୁଭବର ସମ୍ଭବ ସାମର୍ଥ୍ୟ...ଭାବେ ଭାଙ୍ଗି ଗୁମ୍ ସୁମ୍ କହିବି ମନ ଖୋଲି,ହଜେଇବି ନିଜର ଭାବନାକୁ କାନଭାସରେ...କହିଯିବି ଝରଣାର ଝର ଝର ଶବ୍ଦରେ,ଆଙ୍କି ହେଇଯିବି ଆକାଶରେ ମିଶି ଇନ୍ଦ୍ରଧନୁରେ...ଜୀବନକୁ ପ୍ରତ୍ୟେକ କୋଣରୁ ଖୋଜିବି,ହାହାକାର ଚିତ୍କାର ରୁ, ସାମାଜିକତାର ସୀମାରେ...ମରୁଭୂମି ମରୀଚିକାର କେନ୍ଦ୍ରରୁ,ବେଳାଭୂମିର ଅସଂଖ୍ୟ ବାଲି ଭିତରୁ...ଯେଉଁଠି ସବୁ ସସମ୍ପୂର୍ଣ୍ଣ, ଗଢ଼ିବି ତାକୁ,ଯେଉଁଠି ଭଗ୍ନ ତୋଳିବି ତାକୁ..ଯେଉଁଠି କିଛି ଅସମ୍ଭବ; ଖୋଜିବି-ହଜାର ହଜାର ଥର ସେଥିରେ ସମ୍ଭାବ୍ୟତା..Ashutosh

Your Teaching Almighty

Thankful for your bravehearts, Grateful for decisions smart. Worrying not the solution... Patience must apart start. The invisible almighty, Wish your righty. You can say me well often... But I can be your slighty. Be fit for survive, Unless it’s tough alive. We kind to others... And spread smile vive. Your teaching all these, To be humble and please, I’ld like to be... All qualities for ease. Ashutosh Nayak 

ସମ୍ଭାବ୍ୟତା

Image
ସେ ଗୁମ୍ ସୁମ୍ ହୋଇ କହେ ଅନେକ କଥା, ତା' ଆଖିରେ ଲେଖା ଅନେକ କାହାଣୀ... ଭାବନାର ସାଗରରେ ଲମ୍ଫ ଦିଏ ଯିଏ, ସେ ମୋ' ଅକୁହା ଅନୁଭବର ସମ୍ଭବ ବାଣୀ... ଭାବେ ଭାଙ୍ଗି ଗୁମ୍ ସୁମ୍ କହିବି ମନ ଖୋଲି, ହଜେଇବି ନିଜର ଭାବନାକୁ କାନଭାସରେ... କହିଯିବି ଝରଣାର ଝର ଝର ଶବ୍ଦରେ, ଆଙ୍କି ହେଇଯିବି ଆକାଶରେ ମିଶି ଇନ୍ଦ୍ରଧନୁରେ... ଜୀବନକୁ ପ୍ରତ୍ୟେକ କୋଣରୁ ଖୋଜିବି, ହାହାକାର ଚିତ୍କାର ରୁ, ସାମାଜିକତାର ସୀମାରେ... ମରୁଭୂମି ମରୀଚିକାର କେନ୍ଦ୍ରରୁ, ବେଳାଭୂମିର ଅସଂଖ୍ୟ ବାଲିରେ... ଯେଉଁଠି ସବୁ ଅସମ୍ପୂର୍ଣ୍ଣ, ଗଢ଼ିବି ତାକୁ, ଯେଉଁଠି ଭଗ୍ନ ତୋଳିବି ତାକୁ... ଯେଉଁଠି କିଛି ଅସମ୍ଭବ; ଖୋଜିବି- ସେଥିରେ ସମ୍ଭାବ୍ୟତା ହଜାର ଥର... Ashutosh

ଅଦୃଶ୍ୟ ହାତ

ଏକ ହାତ ଯାହା ସର୍ବଦା ଧରି ରଖିଥିଲା, ଅନେକଙ୍କୁ ଅତି ସ୍ନେହରେ। ଅନେକ ହାତ ଏପର୍ଯ୍ୟନ୍ତ ଅଛି, କିନ୍ତୁ ତାଙ୍କ ହାତ ଅଦୃଶ୍ୟ ହୋଇଗଲା... ଯେଉଁ ହାତ ଚମତ୍କାର କରିଥିଲା, ଶୁଖିଲା ଘାସରେ ; ଜୀବନ କଣିକା ଭାରିଥିଲା । ଖେଳ ପଡିଆ ଠାରୁ ମନ୍ଦିର ପର୍ଯ୍ୟନ୍ତ; ଖୋଜୁଛି । ହାତ କେଉଁଠାରେ? ଯେପରି ଲୁଚି ରହିଛି। ସହସ୍ର ଆଖି ଜଳରେ ପରିପୂର୍ଣ୍ଣ, ଭଗବାନ ଇଚ୍ଛା କରନ୍ତେ; ତାଙ୍କ ଫେରିଆସିବା ପାଇଁ, ଯେଉଁ ହାତ ଅଦୃଶ୍ୟ ହୋଇଛି, ଅନେକ ତଥାପି ଖୋଜନ୍ତି; ଭୂମିରୁ ସମୁଦ୍ର ପର୍ଯ୍ୟନ୍ତ | ହେ ଗଛ !, ହ୍ରଦ !, ପବନ!; ତୁମେ ସେହି ହାତ ପାଇ ପାରିବ କି? ମୁଁ ଜାଣେ ତୁମେ ଆଜି ଚୁପ୍; ମୋ' ର ଆକାଂକ୍ଷା ପୂର୍ଣ୍ଣ କରିବାକୁ। ତଥାପି ମୁଁ ପାଇବି; ମୋର ସମସ୍ତ ଉଦ୍ୟମ ସହିତ, ମୁଁ ମନେ ରଖିବି ନହେଲେ କେଉଁଠାରୁ ଖୋଜି ଆଣିବି। Ashutosh

ଏଇତ ଜୀବନ...

ଅନେକ ସରଳତାରେ ଭରା ଏ ମନ, ସରଳ ହୃଦୟ ଗହ୍ଵର ଚମକେ ବିଶ୍ଵାସର ଜହ୍ନ। ଅଦିନ କୁହୁଡି ପରି ଦିଗହୀନ ଦିଶାରେ ଜୀବନ ନଉକା, ଆଉ ନଉକା ଭାସିଯାଏ ପ୍ରତି ଲୁହ ବିନ୍ଦୁରେ। ଅସମ୍ଭାଳ କୋହର ବିସ୍ଫୋରଣ... ବେଳେବେଳେ ଚମକାଇଦିଏ ଛାତି, ଆବାଜ୍ ରେ ଲିଭିଯାଏ ଅସୁମାରୀ ଆଶାର ପ୍ରଦୀପ। କାହାକୁ ଆଙ୍ଗୁଠି ଉଠେଇବା ଶିଖିନି ଯିଏ, ସବୁବେଳେ ଖୋଜେ ଯିଏ କେଉଁଠି ନିଜ ଭୁଲ... ପ୍ରଶ୍ନ ଅଜସ୍ର ରେ ପୋତି ହୋଇଯାଏ ଉତ୍ତର ଫରୁଆ, ଭାବନାର ଅଥଳ ସାଗରରେ ଜନ୍ମନିଏ ଆଶା, ଆଶାର କିରଣରେ ଅନିଚ୍ଛା ଅନ୍ଧକାର ଭସ୍ମ ହୁଏ, ପ୍ରଦୀପ୍ତ ସେଇ କିରଣ କହିଯାଏ ଜୀବନ ଗାଥା... ଅଶ୍ରୁ ଅନର୍ଗଳ! ପ୍ରକମ୍ପିତ କ୍ରନ୍ଦନ ସ୍ବର, ଧୀରେ ଧୀରେ ଥମିଯାଏ, ରହିଯାଏ ସ୍ମୃତିର ଘରେ, ଆଉ କହିଯାଏ, ଏଇତ ଜୀବନ...

ମରୁଭୂମିରେ ବନ୍ୟା ( ୩,୪)

୩  ଶୋଭନା, ସବୁ ଜାଣିଶୁଣି ମାନେ ରୁଲିଂ ପାର୍ଟିରେ ଥିବା ଏ ଅଂଚଳର ଏମ୍.ଏଲ.ଏ, ତାଙ୍କ ବିରୋଧରେ ଏ ଖବର ଯଦି ଆମେ ପ୍ରକାଶ କରିବୁ କେବେ ଭାବିଛ ଆମର ଅବସ୍ଥା କ’ଣ ହେବ । ଶୋଭନା ଉତ୍ତର ଦେଉଛି “ମୋ’ କଥା ତ ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ… ଯେଉଁକଥା ସତ ତାହା ଗ୍ରହଣୀୟ ତା ଛଡା ଘଟଣାର ଆଇ ୱୀଟନେସ୍ ତ ଏ କଥା କହୁଛି ନା ।” [ଶୋଭନା ଭାରି ସରଳ ସ୍ୱଭାବର ଝିଅ । ବାପା ମା ଛେଉଣ୍ଡ । କାମ କରେ ଏକ ନ୍ୟୁଜ୍ ରିପୋର୍ଟରର। ଶୋଭନା ମନେ ମନେ ଭାବୁଛି ଯଦି ପୁରୁଣା ଏଡିଟର ଦୀପକ ସାର୍ ହେଇଥାନ୍ତେ ସେ ଥରେ ବୁଝିବାକୁ ଚେଷ୍ଟା କରିଥାନ୍ତେ ନିଶ୍ଚୟ । ଦୀପକର ପ୍ରମୋସନ ହେଲା ପରେ ନୂଆକରି ଜଣେ ଦାଇତ୍ଵ ନେଇଛନ୍ତି ମଦନ ବାବୁ ।] ମଦନ ବାବୁ ପଚାରୁଛନ୍ତି ଶୋଭନା କୁ, "ତୁମେ କ’ଣ କହିବାକୁ ଚାହୁଁଛ ?" ଶୋଭନା କହୁଛି “ମୁଁ ଠିକ ସେଇ କଥା କହିବାକୁ ଚାହେଁ, ଏ ଖବର ଆଉ କାହା ହାତରେ ପଡ଼ିବା ଆଗରୁ ଆମ ଖବର କାଗଜରେ ପ୍ରକାଶ ପାଇବା ଦରକାର ।“ ମଦନ ବାବୁଙ୍କ ଉତ୍ତର “ତୁମେ ଜାଣିନ ଶୋଭନା, ନୂଆ ନୂଆ ସାମ୍ବାଦିକତା କରୁଛ । ଯାହାକୁ ତୁମେ ଘଟଣାର ସାକ୍ଷୀ  ବୋଲି କହୁଛ ସିଏ କେଇଟା ଟଙ୍କା ପାଇଲେ ମୁହଁ ଆପେ ଆପେ ବନ୍ଦ କରିଦେବ, ଓଲଟା ସେମାନେ ଆମ ଉପରେ ଅଭିଯୋଗ କରିବେ ।“ “ହେଲେ ସତତ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ସାର, ଜଣେ ନାରୀ ହିସାବରେ ଆଉ ଜଣେ ନାରୀ ଉପରେ ହୋଇଥିବା ଅତ୍ୟାଚାର ସହି ପାରିବିନି । ସେ ମୋର ପିଲାଦିନର ସାଙ୍ଗ । ପିଲ...