Posts

Showing posts from March, 2020

ମରୁଭୂମିରେ ବନ୍ୟା (ଭାଗ- ୧,୨)

୧     “ବୋଉ…” “ବୋଉ…” ସବୁବେଳେ ତ ତୋ’ର ଡେରି..। ତୁ ତ ଜାଣିଛୁ ଗୋଟେ ପ୍ରାଇଭେଟ କମ୍ପାନୀରେ ମୁଁ ଅଛି, ଟିକେ ଜଲଦି ଟିଫିନଟା ରେଡି କଲେ ହୁଅନ୍ତାନି ? ପାଞ୍ଚ ମିନିଟ ବି ଡ଼େରିହେଲେ କ’ଣ ନାହିଁ କ’ଣ ଶୁଣିବାକୁ ପଡୁଛି । ତୁ ଭଲ ଭାବରେ ଜାଣିଛୁ ମୁଁ କାହାର ଗାଳି, ତାଗିଦ୍ ଶୁଣିବାକୁ ପସନ୍ଦ କରେନି । ଆସୁଛୁ ନା ମୁଁ ବାହାରିଲି ? କିଚନ୍ ରୁମରୁ ଆୱାଜ ଆସିଲା, “ହଁ ସରିଲା, ମୁଁ ନେଇ ଆସୁଛି । କ’ଣ ବା କରିବି ? ତୋ’ର ଟିଫିନ୍, ତୋ ବାପାଙ୍କ ପାଇଁ ଦୁଇ ଦୁଇ ଥର ଚା.. ଆଉ ତୋ ଭଣଜାକୁ ନେଇ ସ୍କୁଲରେ ଛାଡିବା… କେତେ କାମ କହିଲୁ ? ତତେ ବାରମ୍ବାର କହୁଛି ତୋ’ର ବାହାଘର କରିଦେବା । ତୁ କୋଉଠୁ ସୁଣୁଛୁ ? ହେଇ ନେ….।” “ମୁଁ ଆସୁଛି ବୋଉ ବାହାଘର କଥା କେବେ କହିବୁନି । ମୁଁ ସେ ଜଞ୍ଜାଳ ରେ ପଶିବାକୁ ଚାହେଁନା ।“ ଦୀପକ ଏତିକି କହି ମୋଟର ସାଇକେଲ ଷ୍ଟାର୍ଟ କରି ଚାଲିଗଲା ତା’ର ଗନ୍ତବ୍ୟ ସ୍ଥଳକୁ… । ଏଣେ ଯଶୋଦା ଦେବୀଙ୍କ ଦୁଃଖ କହିଲେ ନସରେ ।ଯଶୋଦା ଦେବୀ ବିରକ୍ତ ହେଇ, “ଆଉ ମୁଁ କିଛି କାମ କରି ପାରିବିନି…।” “କାହାକୁ କହୁଛ ?”, ଚାହା କପ୍ ଟିକୁ ପ୍ଲେଟ୍ ଉପରେ ରଖି, ପପେର ଉପରୁ ନଜର ଉଠେଇ ପଚାରୁଛନ୍ତି କେଶବ ମଙ୍ଗରାଜ ମାନେ ଯଶୋଦା ଦେବୀଙ୍କ ସ୍ୱାମୀ । ଯଶୋଦା ଦେବୀ ଉତ୍ତରରେ, “କାହାକୁ କହିବି କାନ୍ଥ ବାଡ଼କୁ…।” “ଆଜି କ’ଣ ତମର ମନ ଭଲ ନାହିଁକି ?” ଯଶୋଦା ଦେବୀ ଚା କପ୍ ଟିକୁ ଉଠାଇ ନେଇ କହୁଛନ୍ତି, “କେବେ ଦୀପକ...