Posts

Showing posts from April, 2020

ମରୁଭୂମିରେ ବନ୍ୟା ( ୩,୪)

୩  ଶୋଭନା, ସବୁ ଜାଣିଶୁଣି ମାନେ ରୁଲିଂ ପାର୍ଟିରେ ଥିବା ଏ ଅଂଚଳର ଏମ୍.ଏଲ.ଏ, ତାଙ୍କ ବିରୋଧରେ ଏ ଖବର ଯଦି ଆମେ ପ୍ରକାଶ କରିବୁ କେବେ ଭାବିଛ ଆମର ଅବସ୍ଥା କ’ଣ ହେବ । ଶୋଭନା ଉତ୍ତର ଦେଉଛି “ମୋ’ କଥା ତ ଥରେ ଶୁଣିବାକୁ ଚେଷ୍ଟା କରନ୍ତୁ… ଯେଉଁକଥା ସତ ତାହା ଗ୍ରହଣୀୟ ତା ଛଡା ଘଟଣାର ଆଇ ୱୀଟନେସ୍ ତ ଏ କଥା କହୁଛି ନା ।” [ଶୋଭନା ଭାରି ସରଳ ସ୍ୱଭାବର ଝିଅ । ବାପା ମା ଛେଉଣ୍ଡ । କାମ କରେ ଏକ ନ୍ୟୁଜ୍ ରିପୋର୍ଟରର। ଶୋଭନା ମନେ ମନେ ଭାବୁଛି ଯଦି ପୁରୁଣା ଏଡିଟର ଦୀପକ ସାର୍ ହେଇଥାନ୍ତେ ସେ ଥରେ ବୁଝିବାକୁ ଚେଷ୍ଟା କରିଥାନ୍ତେ ନିଶ୍ଚୟ । ଦୀପକର ପ୍ରମୋସନ ହେଲା ପରେ ନୂଆକରି ଜଣେ ଦାଇତ୍ଵ ନେଇଛନ୍ତି ମଦନ ବାବୁ ।] ମଦନ ବାବୁ ପଚାରୁଛନ୍ତି ଶୋଭନା କୁ, "ତୁମେ କ’ଣ କହିବାକୁ ଚାହୁଁଛ ?" ଶୋଭନା କହୁଛି “ମୁଁ ଠିକ ସେଇ କଥା କହିବାକୁ ଚାହେଁ, ଏ ଖବର ଆଉ କାହା ହାତରେ ପଡ଼ିବା ଆଗରୁ ଆମ ଖବର କାଗଜରେ ପ୍ରକାଶ ପାଇବା ଦରକାର ।“ ମଦନ ବାବୁଙ୍କ ଉତ୍ତର “ତୁମେ ଜାଣିନ ଶୋଭନା, ନୂଆ ନୂଆ ସାମ୍ବାଦିକତା କରୁଛ । ଯାହାକୁ ତୁମେ ଘଟଣାର ସାକ୍ଷୀ  ବୋଲି କହୁଛ ସିଏ କେଇଟା ଟଙ୍କା ପାଇଲେ ମୁହଁ ଆପେ ଆପେ ବନ୍ଦ କରିଦେବ, ଓଲଟା ସେମାନେ ଆମ ଉପରେ ଅଭିଯୋଗ କରିବେ ।“ “ହେଲେ ସତତ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ସାର, ଜଣେ ନାରୀ ହିସାବରେ ଆଉ ଜଣେ ନାରୀ ଉପରେ ହୋଇଥିବା ଅତ୍ୟାଚାର ସହି ପାରିବିନି । ସେ ମୋର ପିଲାଦିନର ସାଙ୍ଗ । ପିଲ...