Posts
Showing posts from January, 2023
ସେ ଗୁମ୍ ସୁମ୍ ହୋଇ କହେ ଅନେକ କଥା,ତା' ଆଖିରେ ଲେଖା ଅନେକ କାହାଣୀ..ଭାବନାର ସାଗରରେ ଲମ୍ଫ ଦିଏ ଯିଏ,ସେ ମୋ' ଅକୁହା ଅନୁଭବର ସମ୍ଭବ ସାମର୍ଥ୍ୟ...ଭାବେ ଭାଙ୍ଗି ଗୁମ୍ ସୁମ୍ କହିବି ମନ ଖୋଲି,ହଜେଇବି ନିଜର ଭାବନାକୁ କାନଭାସରେ...କହିଯିବି ଝରଣାର ଝର ଝର ଶବ୍ଦରେ,ଆଙ୍କି ହେଇଯିବି ଆକାଶରେ ମିଶି ଇନ୍ଦ୍ରଧନୁରେ...ଜୀବନକୁ ପ୍ରତ୍ୟେକ କୋଣରୁ ଖୋଜିବି,ହାହାକାର ଚିତ୍କାର ରୁ, ସାମାଜିକତାର ସୀମାରେ...ମରୁଭୂମି ମରୀଚିକାର କେନ୍ଦ୍ରରୁ,ବେଳାଭୂମିର ଅସଂଖ୍ୟ ବାଲି ଭିତରୁ...ଯେଉଁଠି ସବୁ ସସମ୍ପୂର୍ଣ୍ଣ, ଗଢ଼ିବି ତାକୁ,ଯେଉଁଠି ଭଗ୍ନ ତୋଳିବି ତାକୁ..ଯେଉଁଠି କିଛି ଅସମ୍ଭବ; ଖୋଜିବି-ହଜାର ହଜାର ଥର ସେଥିରେ ସମ୍ଭାବ୍ୟତା..Ashutosh
- Get link
- X
- Other Apps