ଏଇତ ଜୀବନ...
ଅନେକ ସରଳତାରେ ଭରା ଏ ମନ,
ସରଳ ହୃଦୟ ଗହ୍ଵର ଚମକେ ବିଶ୍ଵାସର ଜହ୍ନ।
ଅଦିନ କୁହୁଡି ପରି ଦିଗହୀନ ଦିଶାରେ ଜୀବନ ନଉକା,
ଆଉ ନଉକା ଭାସିଯାଏ ପ୍ରତି ଲୁହ ବିନ୍ଦୁରେ।
ଅସମ୍ଭାଳ କୋହର ବିସ୍ଫୋରଣ...
ବେଳେବେଳେ ଚମକାଇଦିଏ ଛାତି,
ଆବାଜ୍ ରେ ଲିଭିଯାଏ ଅସୁମାରୀ ଆଶାର ପ୍ରଦୀପ।
କାହାକୁ ଆଙ୍ଗୁଠି ଉଠେଇବା ଶିଖିନି ଯିଏ,
ସବୁବେଳେ ଖୋଜେ ଯିଏ କେଉଁଠି ନିଜ ଭୁଲ...
ପ୍ରଶ୍ନ ଅଜସ୍ର ରେ ପୋତି ହୋଇଯାଏ ଉତ୍ତର ଫରୁଆ,
ଭାବନାର ଅଥଳ ସାଗରରେ ଜନ୍ମନିଏ ଆଶା,
ଆଶାର କିରଣରେ ଅନିଚ୍ଛା ଅନ୍ଧକାର ଭସ୍ମ ହୁଏ,
ପ୍ରଦୀପ୍ତ ସେଇ କିରଣ କହିଯାଏ ଜୀବନ ଗାଥା...
ଅଶ୍ରୁ ଅନର୍ଗଳ! ପ୍ରକମ୍ପିତ କ୍ରନ୍ଦନ ସ୍ବର,
ଧୀରେ ଧୀରେ ଥମିଯାଏ, ରହିଯାଏ ସ୍ମୃତିର ଘରେ,
ଆଉ କହିଯାଏ, ଏଇତ ଜୀବନ...
Comments
Post a Comment