ଅଦୃଶ୍ୟ ହାତ

ଏକ ହାତ ଯାହା ସର୍ବଦା ଧରି ରଖିଥିଲା,
ଅନେକଙ୍କୁ ଅତି ସ୍ନେହରେ।
ଅନେକ ହାତ ଏପର୍ଯ୍ୟନ୍ତ ଅଛି,
କିନ୍ତୁ ତାଙ୍କ ହାତ ଅଦୃଶ୍ୟ ହୋଇଗଲା...

ଯେଉଁ ହାତ ଚମତ୍କାର କରିଥିଲା,
ଶୁଖିଲା ଘାସରେ ; ଜୀବନ କଣିକା ଭାରିଥିଲା ।
ଖେଳ ପଡିଆ ଠାରୁ ମନ୍ଦିର ପର୍ଯ୍ୟନ୍ତ; ଖୋଜୁଛି ।
ହାତ କେଉଁଠାରେ? ଯେପରି ଲୁଚି ରହିଛି।

ସହସ୍ର ଆଖି ଜଳରେ ପରିପୂର୍ଣ୍ଣ,
ଭଗବାନ ଇଚ୍ଛା କରନ୍ତେ; ତାଙ୍କ ଫେରିଆସିବା ପାଇଁ,
ଯେଉଁ ହାତ ଅଦୃଶ୍ୟ ହୋଇଛି,
ଅନେକ ତଥାପି ଖୋଜନ୍ତି; ଭୂମିରୁ ସମୁଦ୍ର ପର୍ଯ୍ୟନ୍ତ |

ହେ ଗଛ !, ହ୍ରଦ !, ପବନ!; ତୁମେ ସେହି ହାତ ପାଇ ପାରିବ କି?
ମୁଁ ଜାଣେ ତୁମେ ଆଜି ଚୁପ୍; ମୋ' ର ଆକାଂକ୍ଷା ପୂର୍ଣ୍ଣ କରିବାକୁ।
ତଥାପି ମୁଁ ପାଇବି; ମୋର ସମସ୍ତ ଉଦ୍ୟମ ସହିତ,
ମୁଁ ମନେ ରଖିବି ନହେଲେ କେଉଁଠାରୁ ଖୋଜି ଆଣିବି।

Ashutosh

Comments